Hero Image

ଆନ୍ଧ୍ରପ୍ରଦେଶ ରାଜନୀତି: ପ୍ରାର୍ଥୀପତ୍ର ଦାଖଲ କଲେ ୱାଇ ଏସ ଜଗନମୋହନ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆଗାମୀ ସାଧାରଣ ନିର୍ବାଚନ ଲାଗି ଚଳଚଞ୍ଚଳ ହୋଇଉଠିଛି ଆନ୍ଧ୍ରପ୍ରଦେଶ ରାଜନୀତି। ଏହାର ମଧ୍ୟରେ ଶୁକ୍ରବାରଦିନ ରାଜନ୍ଦ୍ର ପୁଲିଭେନ୍ଦୁଲା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ। ଦଳୀୟ ନେତା ଏବଂ ହଜାର ହାଜର ସମର୍ଥକଙ୍କ ଗହଣରେ ଯାଇ ଜଗନମୋହନ ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

 

ୱାଇ ଏସ ଜଗନମୋହନ ରେଡ୍ଡୀ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ତାଙ୍କ ନିକଟରେ ୫୨୯.୫୦ କୋଟି ରହିଥିବାବେଳେ ପତ୍ନୀ ଭାରତୀ ରେଡ୍ଡୀଙ୍କ ସମ୍ପତ୍ତିର ମୂଲ୍ୟ ୧୭୬.୩୦ କୋଟି ଟଙ୍କା ରହିଥିବା ଦର୍ଶାଇଛନ୍ତି।

ଗତ ୫ ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସମ୍ପତ୍ତି ୪୧ ପ୍ରତିଶତ ବୃଦ୍ଧି ପାଇ ୫୨୯ କୋଟି ଟଙ୍କାରେ ପହଞ୍ଚିଛି। ସେ ୨୦୨୨-୨୩ ବର୍ଷ ପାଇଁ ୫୭.୭୫ କୋଟି ଟଙ୍କା ଆୟ ଘୋଷଣା କରିଛନ୍ତି।

୨୦୧୯ ମସିହା ବିଧାନସଭା ସର୍ଭେ ସମୟରେ ଜଗନମୋହନ ରେଡ୍ଡୀ ୩୭୫.୨୦ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ଏହାସହ ସ୍ତ୍ରୀ ଭାରତୀଙ୍କ ନିକଟରେ ୬.୪ କିଲୋଗ୍ରାମର ସୁନା ଏବଂ ହୀରା ରହିଛି, ଯାହାର ବଜାର ମୂଲ୍ୟ ୫.୩୦ କୋଟି ଟଙ୍କା ହେବ।

ଜଗନମୋହନ ଏବଂ ତାଙ୍କ ପତ୍ନୀଙ୍କ ଅଧିକାଂଶ ସମ୍ପତ୍ତି ବିଭିନ୍ନ କମ୍ପାନିରେ ନିବେଶ କରାଯାଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ୨୬ଟି ମାମଲା ରହିଥିବା ସତ୍ୟପାଠରୁ ଜଣାପଡ଼ିଛି।

Tags: #Politics #AndhraPradeshPolitics #NaraLokesh #AndhraPradeshElections2024 #Assets

The post ଆନ୍ଧ୍ରପ୍ରଦେଶ ରାଜନୀତି: ପ୍ରାର୍ଥୀପତ୍ର ଦାଖଲ କଲେ ୱାଇ ଏସ ଜଗନମୋହନ ରେଡ୍ଡୀ appeared first on OdishaLIVE.

READ ON APP