Hero Image

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ': ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ମୋଦୀ

ଭୁବନେଶ୍ବର : ଆଜି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ୍ ସୋ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ସୋ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଟ୍ରାଫିକ୍ କଟକଣା ଜାରି ହୋଇସାରିଛି । ଅପରାହ୍ନ ୨ଟାରୁ ରୋଡ୍ ସୋ ସରିବା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ମୋଦୀଙ୍କ ରୋଡ୍ ସୋ ପାଇଁ ମାଷ୍ଟରକ୍ୟାଣ୍ଟିନଠୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ସିଲ୍ ରହିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୁଲିସ । ଏହାସହ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଧକୋଠା ଏସବିଆଇ ଏଟିଏମରୁ ୭.ଲକ୍ଷ ୪୨ହଜାର ଟଙ୍କା ଲୁଟ

READ ON APP