Hero Image

ଆରସିବିକୁ ୨୨୩ ରନ୍ର ଟାର୍ଗେଟ ଦେଲା କେକେଆର୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ରବିବାର ୨ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ କଲ୍କାତା ନାଇଟ୍ ରାଇଡର୍ସ (କେକେଆର) ମୁହାଁମୁହିଁ ହୋଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଛି। ଫଳରେ ଆରସିବିକୁ ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୨୩ ରନ୍ ସଂଗ୍ରହ କରିବାକୁ ପଡ଼ିବ।

କେକେଆର ଆରମ୍ଭରୁ ଭଲ ଖେଳିଥିଲେ ହେଁ ଆରସିବିର ଘାତକ ବୋଲିଂ ଯୋଗୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪.୨ ଓଭରରେ ଦଳ ୫୬ ରନ୍ ସଂଗ୍ରହ କରିନେଇଥିବାବେଳେ ପ୍ରଥମ ୱିକେଟ୍ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଫିଲ୍ ସଲ୍ଟ(୪୮ ରନ୍, ୧୪ ବଲ)ଙ୍କୁ ହରାଇଥିଲା। ଏହା ପରେ ଦୟାଲ୍ ଗୋଟିଏ ଓଭରରେ ସୁନିଲ ନାରିନ୍ ଏବଂ ଅଙ୍ଗ୍କ୍ରିଶ ରଘୁବଂଶୀଙ୍କୁ ଆଉଟ୍ କରି କେକେଆରକୁ ବ୍ୟାଟି ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଥିଲେ। ପରେ ଅଧିନାୟକ ଶ୍ରେୟସ ଆୟର ଏବଂ ରିଙ୍କୁ ସିଂ ଦଳର ସ୍ଥିତିକୁ ସମ୍ଭାଳି ନେଇଥିଲେ। ତଥାପି ଆରସିବି ବୋଲରଙ୍କ ସମ୍ନାରେ ରିଙ୍କୁ ସିଂ ବେଶି ସମୟ ତିଷ୍ଠି ପାରି ନ ଥିଲେ। ରିଙ୍କୁ ୧୬ ବଲରେ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଅଧିନାୟକ ଶ୍ରେୟସଙ୍କ ଅର୍ଦ୍ଧଶତକ (୫୦ ରନ୍, ୩୬ ବଲ) ଏବଂ ରମଣଦୀପ ସିଂହଙ୍କ(୨୪ ରନ୍, ୯ବଲ) ବିସ୍ଫୋରକ ଇନିଂସ ବଳରେ ଦଳ ୨୦ ଓଭରରେ ୨୨୨ ରନ୍ କରିବାକୁ ସକ୍ଷମ ହୋଇପାରିଥିଲା। ଆରସିବି ବୋଲର ୟାସ ଦୟାଲ ଏବଂ କ୍ୟାମେରନ୍ ଗ୍ରୀନ ୨ଟି ଲେଖାଏ ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସିରାଜ ଏବଂ ଲୋକି ଫର୍ଗୁସନ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

READ ON APP