Hero Image

ବଜ୍ରାଘାତରେ ଚାଷୀ ମୃତ

ବାଲିଆପାଳ :ଆଜି ସନ୍ଧ୍ୟାରେ ବାଲିଆପାଳ ଅଞ୍ଚଳରେ ଘଡଘଡି ସହିତ ପ୍ରବଳ ବର୍ଷାରେ ଚାଷ ଜମିରୁ ଫେରୁଥିବା ଜଣେ ଚାଷୀର ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଏହି ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଶିବ ସେଠୀ (୪୭)। ଶିବ ନିଜର ଚାଷ ଜମିରେ ହୋଇଥିବା ବିରି ଅମଳକରି ନିଜ ଘରକୁ ଫେରୁଥିବା ବେଳେ ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତାର ନେପୁରା ଛକ ନିକଟରେ ବଜ୍ରାଘାତର ଶିକାର ହୋଇ ଅଚେତ ହୋଇଯାଇଥିଲେ।

ତାଙ୍କୁ ପରିବାର ଲୋକେ ଏବଂ ସ୍ଥାନୀୟଲୋକଙ୍କ ସହାୟତାରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

READ ON APP