Hero Image

ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ, ୨ ଗିରଫ

ଗୁରୁଡ଼ିଝାଟିଆ: ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଖୁଣ୍ଟୁଣୀ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ପ୍ରଧାନ ସଏ ଓ ଚଗ ବିରୁଆ ଅଟନ୍ତି। ପ୍ରଧାନ ସଏର ଘର ଗାଣ୍ଡୁଆଝର ଗାଁରେ ହୋଇଥିବା ବେଳେ ଚଗ ବିରୁଆର ଘର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସାରବର ଗାଁରେ। ଗତ ୧୩ ତାରିଖ ଦିନ କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ପାର୍ବତୀପୁର ଗାଁର ସୋମ ସିଂଙ୍କ ପତ୍ନୀ ମିନତୀ ସିଂ ଜରୁରୀ କାମରେ ଗାଣ୍ଡୁଆଝର ଗାଁର ପ୍ରଧାନ ସଏ ସହିତ ବସି ଖୁଣ୍ଟୁଣୀ ବଜାରକୁ ଯାଇଥିଲେ।

ଅପରାହ୍ନ ସମୟରେ ଫେରିବା ବାଟରେ ପ୍ରଧାନ ସଏ ଓ କେନ୍ଦୁଝରରୁ ଆସି ପାର୍ବତୀପୁର ଗାଁରେ ରହୁଥିବା ଚଗ ବିରୁଆ ହାଣ୍ଡିଆ ପିଇଥିଲେ ଏବଂ ସେଠାରେ ମିନତୀକୁ ନିଶା ଦେଇଥିଲେ। ରାସ୍ତାର କିଛିବାଟ ଆସିବା ପରେ ରାଣୀବଣିଆ ଜଙ୍ଗଲ ଭିତରକୁ ଅଭିଯୁକ୍ତଦ୍ୱୟ ଦୁଷ୍କର୍ମ କରିଥିଲେ। ଏପରିକି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆଘାତ ଦେଇଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତଦ୍ୱୟ ସ୍ଥାନ ଓ ବାଇକ ଛାଡି ପଳାଇଥିଲେ। ମିନତୀ କିଛିବାଟ ଚାଲିକି ଆସି ପାଟି କରିବା ଫଳରେ ଲୋକମାନେ ଜାଣି ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ। ପରିବାର ପକ୍ଷରୁ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅନୁଧ୍ୟାନ କରିବା ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲେ।
ପୀଡିତା ଓ ଅଭିଯୁକ୍ତଦ୍ୱୟଙ୍କୁ ମଧ୍ୟ ଡାକ୍ତରୀମାଇନା କରାଯାଇଛି।

READ ON APP