Hero Image

ଏଏନଏମ ପ୍ରମୋଦିନୀ ସାହୁ ହତ୍ୟା ଘଟଣା, ହତ୍ୟାକାରୀ ସ୍ୱାମୀ ଗିରଫ

ବିଞ୍ଝାରପୁର: ଅବସରପ୍ରାପ୍ତ ଏଏନଏମ ବିନୋଦିନୀ ସାହୁ ହତ୍ୟା ଘଟଣାର ପଦ୍ଦାଫାସ କରିଛି ବିଞ୍ଝାରପୁର ଥାନା ପୁଲିସ। ସମ୍ପତି ଓ ପାରିବାରିକ କଳହ ପାଇଁ ଯୋଜନା ବଦ୍ଧ ଭାବେ ସ୍ୱାମୀ ଅଲେଖ ବେହେରା ଓ ତାର ସହ ଯୋଗୀ ବାଦଲ ବେହେରା ଦୁହେଁ ମିଶି ବିନୋଦିନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଆଜି ବିଞ୍ଝାରପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।

ଘଟଣା ଅନୁଯାୟୀ ଗତ ୧୫ ତାରିଖ ଭୋରୁ ବିନୋଦିନୀ ଫୁଲ ତୋଳିବାକୁ ଯାଇଥିବା ବେଳେ ସକାଳୁ ସ୍ଥାନୀୟ ମଧୂସୁଦନପୁର ଆତଙ୍କ ନାଶନ ଉଚ୍ଚ ବିଦ୍ୟାଳୟର ବାଳକ ଶୌଚାଳୟରୁ ବିନୋଦିନୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ଖବର ପାଇ ବିଞ୍ଝାରପୁର ପୁଲିସ ସାଇଣ୍ଟିଫିକ୍ ଟିମ ସହିତ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିଲା। ଏହା ଏକ ହତ୍ୟା ଘଟଣା ବୋଲି ବିନୋଦିନୀଙ୍କ ସ୍ୱାମୀ ଅଲେଖା ଲିଖିତ ଅଭିଯୋଗ କରିଥିଲେ। ତେବେ ବିନୋଦିନୀଙ୍କ ମୃତ ଦେହ ଜବତ ବେଳେ ତାଙ୍କ କାନ ଚିରାଯାଇଥିଲା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାକୁ ଦେଖି ପୁଲିସ ଠାରୁ ଆରମ୍ଭ କରି ଦେଖଣାହାରୀ ମାନେ ସମସ୍ତ ଏହା ଏକ ସୁନା ଅଳଙ୍କାର ଲୁଟ ପାଇଁ ହତ୍ୟା ଘଟଣା ବୋଲି ଚର୍ଚ୍ଚା ହୋଇଥିଲା। ଏହି କ୍ରମରେ ଯାଜପୁର ଏସପି ଭିନିତ୍ ଅଗ୍ରୱାଲଙ୍କ ନିଦ୍ଦେଶ କ୍ରମେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଶୁଂମାଳା ଦାସ ଘଟଣାର ତଦନ୍ତ ଭାର ଗ୍ରହଣ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ସିସିଟିଭି ଫୁଟେଜ ଓ ଅନ୍ୟନ୍ନ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ସମ୍ପତି ଲୋଭରେ ସ୍ୱାମୀ ଅଲେଖ ନିଜ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ବାଦଲ ସହିତ ଯୋଜନା କରି ଯୋଜନାକୁ ସଫଳ କରିବା ପାଇଁ ଅର୍ଥ ଲୋଭ ଦେଖାଇଥିଲା। ବାଦଲଙ୍କ ସହାୟତାରେ ଏହି ହତ୍ୟାକାଣ୍ଡ ଘଟାଇବାରେ ସ୍ୱାମୀ ସଫଳ ହୋଇ ନାଟକୀୟ ଢଙ୍ଗ ଦେବାକୁ ପ୍ରୟାସ କରିଥିଲା। ଏକ ଲୁହା ରଡରେ ସ୍କୁଲ ହତା ଭିତରେ ବିନୋଦିନୀଙ୍କୁ ପିଟି ପିଟି ଅଲେଖ ହତ୍ୟା କରିଥିଲା। ଦୁହେଁ ମିଶି ମୃତଦେହକୁ ଶୌଚାଳୟ ଭିତରେ ପକାଇ ଦେଇ ପଳାଇ ଆସିଥିଲେ। ପୁଲିସକୁ ବାଟବଣା କରିବାକୁ ଅଭିଯୁକ୍ତ ମାନେ ସୁନା ଲୁଟର କାହାଣି ରଚିଥିଲେ। ଘଟଣା ସମ୍ପୁର୍ଣ୍ଣ ଜଣାପଡ଼ିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ କ୍ରାଇମସିନ ରି କ୍ରିଏସନ କରିଥିଲା ଓ ହତ୍ୟାରେ ବ୍ୟବହୃତ ଲୁହା ରଡ, ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଆଦିକୁ ଜବତ କରିଥିଲା। ଏହି ଘଟଣାରେ ବିଞ୍ଝାରପୁର ଥାନା ପୁଲିସ କେସ ନଂ ୨୪୬/୨୪ ଧାରା ୩୯୪, ୩୦୨ ଆପିସି ଆନୁଯାଇ ମାମଲା ରୁଜ କରିବା ସହିତ ଦୁଇ ଅଭିଯୁକ୍ତ ଅଲେଖ ବେହେରା ଓ ବାଦଲ ବେହେରାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

READ ON APP